ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ
ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ରାଚିନ ରବିନ୍ଦ୍ର ୧୦୮ ରନ୍ ଏବଂ କେନ ୱିଲିୟମସନ ୧୦୨ ରନର ଇନିଂସ ଖେଳିଥିଲେ। ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ମଧ୍ୟ ୪୯-୪୯ ରନ୍ କରି ନ୍ୟୁଜିଲାଣ୍ଡକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଏହି ସ୍କୋର ସହ ନ୍ୟୁଜିଲାଣ୍ଡ ଦଳ ଅନେକ ରେକର୍ଡ ଭାଙ୍ଗିଛି। ୫୦ ରନ ବିନିମୟରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ |
ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ରଚିନ ରବୀନ୍ଦ୍ର(୧୦୮) ଏବଂ କେନ୍ ୱିଲିୟମସନ(୧୦୨)ଙ୍କ ଶତକ ବଳରେ ୩୬୨ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ହେଁ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲା। ମିଲରଙ୍କ ଶତକ(୧୦୦), ଅଧିନାୟକ ଟେମ୍ବା ବବୁମା(୫୬) ଏବଂ ରେସି ଭାନ ଡେର ଡସେନ(୬୯)ଙ୍କୁ ଛାଡ଼ିଦେଲ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ନ୍ୟୁଜିଲାଣ୍ଡ ତରଫରୁ ମିଚେଲ ସାଣ୍ଟନର ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମ୍ୟାଟ ହେନରୀ ଓ ଗ୍ଲେନ ଫିଲ୍ଲିପ୍ସ ୨ଟି ଲେଖାଏ ଏବଂ ମାଇକେଲ ବ୍ରେସୱେଲ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ଫାଇନାଲରେ ଭାରତକୁ ଭେଟିବ। ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।