ଅଭିନେତ୍ରୀ ରାନ୍ୟା ରାଓ ଦୁବାଇରୁ ଡ୍ରେସ୍ରେ ଲୁଚାଇ ସୁନା ଆଣୁଥିବାବେଳେ ଧରିଲା ପୋଲିସ
କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର ହେବା ପରେ ଅଭିନେତ୍ରୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, ରାନ୍ୟା ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ ଏବଂ ତାଙ୍କ ଡ୍ରେସ୍ରେ ଲୁଚାଇ ୧୪.୮ କିଲୋଗ୍ରାମ ସୁନା ଆଣିଥିଲେ ବୋଲି ଅଭିଯୋଗ ହୋଇଛି।
ତଦନ୍ତ ପରେ ଜଣାପଡି, ରାନ୍ୟା ଦୁବାଇରୁ ସୁନା ଚୋରାଚାଲାଣ କରୁଥିଲେ। ପୋଲିସ ରାନ୍ୟାଙ୍କ ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା ଉପରେ ନଜର ରଖିଥିଲା। ଅଭିନେତ୍ରୀ ଜଣକ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଯାଇଥିଲେ। ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା ଏବଂ ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।