ଏକାଠି ନଜର ଆସିଲେ ଦୁଇ ପୁରୁଣା ପ୍ରେମିଯୁଗଳ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ
ଏଚ୍ଟିର ଏକ ଆୱାର୍ଡ ଇଭେଣ୍ଟରେ ଏକାଠି ନଜର ଆସିଲେ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ ‘ଚୁରାକେ ଦିଲ ତେରା’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ପରେ ନବେ ଦଶକର ଏହି ହିଟ୍ ଯୋଡ଼ିକୁ ପୁଣିଥରେ ଏକାଠି ଦେଖିବା ପରେ ସେମାନଙ୍କ ଫ୍ୟାନ୍ସ ବେଶ ଖୁସି ହୋଇଛନ୍ତି ।
ଦୁହେଁ ଦୁହିଁଙ୍କ ଠାରୁ ଦୀର୍ଘଦିନ ଧରି ଅଲଗା ହୋଇରହିଥିବା ଏହି ଚର୍ଚ୍ଚିତ ଯୋଡ଼ି ପୁଣିଥରେ ଏକାଠି ନଜରରେ ଆସିବା ପରେ ତାଙ୍କ ଇଏ କୌଣସି ଟ୍ରିଟ୍ ଠାରୁ କମ୍ ନଥିଲା ବୋଲି କହିଛନ୍ତି ଫ୍ୟାନ୍ସମାନେ । ଉଭୟ ୨୦୨୫ ଆୱାର୍ଡ ଶୋ’ରେ ଯୋଗ ଦେଇ “ମେ ଖିଲାଡି ତୁ ଅନାଡି” ଗୀତରେ ପରଫରମାନ୍ସ କରି ଷ୍ଟେଜରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ଯାହାକୁ ଦେଖିବାପରେ ଇଭେଣ୍ଟ ଟି ଫ୍ୟାନ୍ସମାନଙ୍କ କରତାଳିରେ ସମଗ୍ର ଷ୍ଟେଜ ପ୍ରକମ୍ପିତ ହୋଇଉଠିଥିଲା ।
ଏହି ଇଭେଣ୍ଟରେ ଉଭୟଙ୍କୁୁ ଧଳା ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ହ୍ୱାଇଟ ଶାଢୀରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଥିଲେ । ଦୁହିଁଙ୍କ ପପୁଲାର ଗୀତ ”ଚୁରାକେ ଦିଲ ତେରା”ରେ ପରଫର୍ମ କରିବା ସମୟରେ ଉଭୟଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସମାନେ ଦିୱାନା ହୋଇଯାଇଥିଲେ । ଭାଇରଲ ଭିଡିଓକୁ ଦେଖି ପୁଣିଥରେ ଏକାଠି କାମ କରିବା ପାଇଁ ୟୁଜର୍ସ ମାନେ ପରାମର୍ଶ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ଲଭ ଷ୍ଟୋରୀ ବିଷୟରେ କିଏ ବା ନଜାଣେ ।