ଭାରତକୁ ୨୬୫ ରନ୍ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ୍ ସର୍ବାଧିକ ୭୩ ରନ୍ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଛି। ତେବେ ସେମିଫାଇନାଲରେ ଲକ୍ଷ୍ୟ ହାସଲ କରିନେଲେ ଭାରତ ଫାଇନାଲରେ ପ୍ରବେଶ କରିବ।