ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନଙ୍କୁ ଓସ୍କାର

ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି । ଫିଲ୍ମ ‘ଦ ବ୍ରୁଟଲିଷ୍ଟ’ରେ ତାଙ୍କର ଦମଦାର୍ ଅଭିନୟ ପାଇଁ ଓସ୍କାର ପ୍ରଦାନ କରାଯାଇଛି। ମିକେଲା ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।

ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତା ସହ ‘ଅନୋରା’ ଏକାଡେମୀ ପୁରସ୍କାର ଜିତିଛନ୍ତି ।