ଆଜି ମୁହାଁମୁହିଁ ହେବେ ପଞ୍ଜାବ ଓ ଗୁଜରାଟ 

ଆଜି ମୁହାଁମୁହିଁ ହେବେ ପଞ୍ଜାବ ଓ ଗୁଜରାଟ 

ମେଟ୍ରୋ ଓଡିଶା (୮ .୪.୨୦୨୨) :

ଆଜିର ଆଇପିଏଲରେ ୧୬ତମ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ପଞ୍ଜାବ କିଙ୍ଗସର ବ୍ୟାଟର ଭଲଥିବା ବେଳେ ଗୁଜରାଟ ଟାଇଟନ୍ସ ଟିମର ବୋଲର ଭଲ ପ୍ରଦର୍ଶନ କରୁଛନ୍ତି। ଦୁଇଟି ଦଳ ମଧ୍ୟରେ ଜୋରଦାର ମ୍ୟାଚ ଦେଖିବାକୁ ମିଳିବ।ପଞ୍ଜାବ କିଙ୍ଗ୍ସ ଦଳରେ ଶିଖର ଧୱନ ଓ ମୟଙ୍କ ଅଗ୍ରୱାଲଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଶାହରୁଖ ଖାନ, ଓଡିନ ସ୍ମିଥ୍, ଭାନୁକା ରାଜାପାକ୍ସାଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି । ଦଳ କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରିବା ପରେ ପର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା । ତେଣୁ ଦଳର ମନୋବଳ ଦୃଢ ରହିଛି ।

ଗୁଜରାଟ ଟାଇଟନ୍ସ ୨ଟି ମ୍ୟାଚ୍ ଖେଳି ଅପରାଜେୟ ରହିଛି । ଉଭୟ ମ୍ୟାଚରେ ଟାଇଟନ୍ସ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶୁକ୍ରବାର ପେସ୍ ବୋଲର ବରୁଣ ଆରୋନ ଖେଳିବା ନେଇ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ଆହତ ହୋଇଥିଲେ ।