ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍କୁ ଭାରତ ୪୪ ରନ୍ରେ ଜିତି ନେଇଛି । ଏଥିସହ ଚାମ୍ପିଅନ୍ସ ଟ୍ରଫିରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି ଭାରତ । ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରେ ଭାରତ ୨ଟି ମ୍ୟାଚ୍ ଜିତି ସେମି ଫାଇନାଲ୍କୁ ଯାଇଥିଲା । ଆସନ୍ତା ୪ ତାରିଖରେ ପ୍ରଥମ ସେମି ଫାଇନାଲ୍ରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଭେଟିବ ।
ଦୁବାଇରେ ଖେଳା ଯାଇଥିବା ଆଜିର ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କର ନିର୍ଦ୍ଧାରିତ ୫୦ ଓଭରରେ ୨୪୯ ରନ୍ କରିଥିଲା । ୨୫୦ ରନ୍ର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୦୫ ରନ୍ କରିବାରେ ସକ୍ଷମ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍କୁ ଭାରତ ୪୪ ରନ୍ରେ ଜିତି ନେବା ସହ ସେମି ପୂର୍ବରୁ ଆହୁରି ଦୃଢ଼ ହୋଇଛି ରୋହିତ ବାହିନୀର ମନୋବଳ ।