ଲକ୍ଷ୍ନୌ ମାଡ଼ରେ ଉଡ଼ିଗଲା ଦିଲ୍ଲୀର ଦିଲ୍‌

ଲକ୍ଷ୍ନୌ ମାଡ଼ରେ ଉଡ଼ିଗଲା ଦିଲ୍ଲୀର ଦିଲ୍‌

ମେଟ୍ରୋ ଓଡିଶା (୮ .୪.୨୦୨୨) :

ଆଇପିଏଲ ୨୦୨୨ରେ ନୂଆ କରି ଏଣ୍ଟ୍ରି ମାରିଥିବା ଲକ୍ଷ୍ନୌ ଟିମ୍‌ ଏବେ ଜବରଦସ୍ତ ଫର୍ମରେ । ଲଗାତାର ୩ଟି ମ୍ୟାଚ୍‌ ଜିତି ଦଳ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଡେବ୍ୟୁ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସର ବିଜୟ ଧାରା ଅବ୍ୟାହତ ରହିଛି । ପରାଜୟରୁ ସିଜିନ ଆରମ୍ଭ କରିଥିବା କେଏଲ ରାହୁଲଙ୍କ ଏହି ଲକ୍ଷ୍ନୌ ଟିମ୍‌ ଜବରଦସ୍ତ କମବ୍ୟାକ କରିଛି ।ତେବେ ପଏଣ୍ଟ ଟେବୁଲରେ ପୂର୍ବଭଳି କୋଲକାତା ୧ନଂ ସ୍ଥାନରେ ରହିଥିବା ବେଳେ ୩ନଂ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ ।

ଅନ୍ୟପଟେ ଚାମ୍ପିଅନ୍‌ କୁହାଯାଉଥିବା ଚେନ୍ନାଇ ଓ ମୁମ୍ବାଇ ଟିମ୍‌ ପଏଣ୍ଟ ଟେବୁଲର ୮-୯ ନମ୍ବର ସ୍ଥାନରେ ରହିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ବଡ଼ ଅସନ୍ତୋଷ । ସୋସିଆଲ ମିଡିଆରେ ମୁମ୍ବାଇ ଓ ଚେନ୍ନାଇକୁ ପ୍ରବଳ ଟ୍ରୋଲ କରାଯାଉଛି । ପଏଣ୍ଟ ଟେବୁଲର ଶେଷରେ ରହିଛି ସନ୍‌ ରାଇଜର୍ସ ହାଇଦ୍ରାବାଦ । ସେହିଭଳି ଗୁଜରାଟ ଟାଇଟନ୍ସ ନିଜର ୨ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।