ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ vs ଇଣ୍ଡିଆ ହୋଇପାରେ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛି। ଆଜି ଅର୍ଥାତ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ଫଳାଫଳ ଆସିବା ପରେ ସେମିଫାଇନାଲ ପାଇଁ ଚତୁର୍ଥ ଟିମ୍‌ ସ୍ପଷ୍ଟ ହୋଇଯିବ। ହେଲେ ଭାରତୀୟ ପ୍ରଶଂସକ ଭାରତର କାହାସହ ମୁକାବିଲା ହେବ ତାହା ଜାରିବାକୁ ଉତ୍ସୁକ ଅଛନ୍ତି। ଏନେଇ ଆଧିକାରୀକ ଘୋଷଣା ହେବା ବାକି ଥିବା ବେଳେ ଭାରତ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇପାରେ। ଏମିତିରେ ପ୍ରଶଂସକ ହାଇଭୋଲ୍ଟେଜ୍‌ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି।