ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌

ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଶ୍ରେୟା ଘୋଷାଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଶନିବାର ଶ୍ରେୟା ଘୋଷାଲ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଫଲୋଅର୍ସଙ୍କୁ ସୂଚନା ଦେଇ କହିଛନ୍ତି, ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଫଟୋ ଶେୟାର କରିବା ସମୟରେ ଶ୍ରେୟା ଲେଖିଛନ୍ତି, ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ମୋର Twitter/X ଆକାଉଣ୍ଟ ଫେବୃଆରୀ ୧୩ ତାରିଖରୁ ହ୍ୟାକ୍‌ ହୋଇଛି। ମୁଁ ଏକ୍ସ ଟିମ୍‌ ସହିତ ଯୋଗାଯୋଗ କରିଛି। କିନ୍ତୁ କୌଣସି ପ୍ରତିକ୍ରିୟା ଆସିନାହିଁ, ମୁଁ ମୋ ଆକାଉଣ୍ଟକୁ ଡିଲିଟ ମଧ୍ୟ କରିପାରୁନାହିଁ। କାରଣ ମୁଁ ଆଉ ଲଗ ଇନ କରିପାରୁନାହିଁ। ଦୟାକରି କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ କିମ୍ବା ସେହି ଆକାଉଣ୍ଟରୁ ଲେଖାଯାଇଥିବା କୌଣସି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ, ସେଗୁଡ଼ିକ ସବୁ ସ୍ପାମ।