ଡନ୍ ୩ରେ ନଜର ଆସିବେ ରଣବୀର ସିଂଙ୍କ ସହିତ କିଆରା ଆଡଭାନୀ

ଫରହାନ ଅଖତରଙ୍କ ନୂଆ ଫିଲ୍ମ ‘ଡନ୍ ୩’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଫିଲ୍ମର ପ୍ରି-ପ୍ରଡକ୍ସନ ଚଳିତବର୍ଷ ଆରମ୍ଭ ହେବ ବୋଲି ଫରହାନ କହିଛନ୍ତି । ଏହାସହିତ ଫିଲ୍ମର ହିରୋଇନ କିଏ ହେବେ, ତାହା ମଧ୍ୟ ଖୁଲାସା ହୋଇଛି । ଏହି ଫିଲ୍ମରେ ରଣବୀର ସିଂଙ୍କ ସହିତ କବୀର ସିଂ ଅଭିନେତ୍ରୀ କିଆରା ଆଡଭାନୀ ପ୍ରମୁଖ ଭୂମିକାରେ ନଜର ଆସିବେ ।

ପୂର୍ବରୁ ଡନ୍ ପ୍ରାଞ୍ଚାଇଜର ଦୁଇଟି ଯାକ ଫିଲ୍ମ ସୁପରହିଟ୍ ହୋଇଛି । ପୂର୍ବ ଦୁଇଟି ଯାକ ଫିଲ୍ମରେ ଶାହରୁଖ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଏଥର ଡନ-୩ରେ ରଣବୀର ସିଂ ପ୍ରମୁଖ ଭୂମିକାରେ ନଜର ଆସିବେ । ରଣବୀରଙ୍କ ସହିତ ପ୍ରମୁଖ ଭୂମିକାରେ କିଆରା ଆଡଭାନୀ ନଜର ଆସିବେ । ଫରହାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ରଣବୀର ସିଂ ଅଭିନୀତ ଡନ୍୩ କୁ ନେଇ ଏବେ କାମ ଚାଲିଛି । ଫିଲ୍ମରେ କାହାଣୀ ଆକ୍ସନରେ ଭରପୂର ରହିଛି । ତେବେ ଏହି ଫିଲ୍ମରେ ବିକ୍ରାନ୍ତ ମେସିଙ୍କୁ ଦେଖିବାକୁ ମିଳିପାରେ ବୋଲି ଖବର ମିଳିଛି ।