ମହାକୁମ୍ଭର ସମାପନରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି
୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ ୧୪୦ କୋଟି ଦେଶବାସୀଙ୍କର ଆସ୍ଥା ଏକ ସଙ୍ଗରେ ଯୋଡି ହୋଇଥିଲା । ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭାଗିଦାରୀ କେବଳ ଏକ ରେକର୍ଡ ନୁହେଁ, ଏହା ଆମର ସଂସ୍କୃତି ଓ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏକ ଦୃଢ ସ୍ତମ୍ଭ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ଦୁନିଆର ମ୍ୟାନେଜମେଣ୍ଟ ପ୍ରଫେସନାଲ ଓ ପ୍ଲାନିଂ ଏକ୍ସପର୍ଟ ମାନଙ୍କ ପାଇଁ ଗବେଷଣାର ବିଷୟ ବସ୍ତୁ ପାଲଟିଛି । ଭାରତ ଏବେ ନୂଆ ଉତ୍ସାହର ସହ ଆଗକୁ ବଢୁଛି । ଏହି ଯୁଗ ପରିବର୍ତ୍ତନର ସମୟରେ ନୂଆ ଭବିଷ୍ୟତ ଲେଖା ଯାଉଛି । ସମାଜର ପ୍ରତ୍ୟେକ ବର୍ଗ ଓ କ୍ଷେତ୍ରର ଲୋକମାନେ ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ।
ପ୍ରତ୍ୟେକ ସମାଜର, ବିଭାଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ବରେ ଏକତ୍ରିତ ହୋଇଥିଲେ । ଏହା ଭାରତର ଶ୍ରେଷ୍ଠ ସ୍ମରଣୀୟ ଦୃଶ୍ୟ । ଯାହା କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଥିଲା । ଆସ୍ଥା, ଏକତା ଓ ସମତାର ମହାପର୍ବ ମହାକୁମ୍ଭର ସମାପନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ମାନବତାର ମହାଯଜ୍ଞ ପ୍ରତ୍ୟହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ।