ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା
ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଗାୟକ ଗୁରୁ ରନ୍ଧାୱା । ସୋସିଆଲ ମିଡିଆରେ ସେ ନିଜର ସ୍ବାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇ ଏକ ଫଟୋ ଶେୟାର କରିଛନ୍ତି। ତାଙ୍କୁ ହସ୍ପିଟାଲର ବେଡ୍ରେ ଶୋଇଥିବାର ଦେଖାଯାଉଛି। ମୁଣ୍ଡରେ ଏକ ପଟି ବାନ୍ଧାଯାଇଛି। ବେକରେ ଏକ ନେକ୍ ବ୍ରେସ ମଧ୍ୟ ରହିଛି। ଫିଲ୍ମର ଶୁଟିଂ ସମୟରେ ରନ୍ଧାୱା ଆହତ ହୋଇଥିବା ଜଣାପଡ଼ିଛି।
ରନ୍ଧାଓ୍ବା କିଛିଦିନ ଧରି ପଞ୍ଜାବୀ ଫିଲ୍ମ ’ଶୌଙ୍କି ସର୍ଦ୍ଦାର’ର ଶୁଟିଂରେ ବ୍ୟସ୍ତ ରହିଥିଲେ। ଏହି ସିନେମାର ଏକ ଆକ୍ସନ ଦୃଶ୍ୟ ଶୁଟିଂ ସମୟରେ ସେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ଫଟୋ ଶେୟାର କରି ଗୁରୁ ରନ୍ଧାୱା ଲେଖିଛନ୍ତି, ମୋର ପ୍ରଥମ ଷ୍ଟଣ୍ଟ, ପ୍ରଥମ ଥର ପାଇଁ ଆହତ ହୋଇଛି, କିନ୍ତୁ ମୋର ଦମ୍ଭ ଏପର୍ଯ୍ୟନ୍ତ ଭାଙ୍ଗି ନାହିଁ। ଆକ୍ସନ ବହୁତ କଷ୍ଟକର କାମ, କିନ୍ତୁ ମୁଁ ଦର୍ଶକଙ୍କ ପାଇଁ କଠିନ ପରିଶ୍ରମ କରିବି।