ସ୍ବର୍ଣ୍ଣ ପଦକ ବିଜେତା ୟସ୍ତିକା ଆଚାର୍ଯ୍ୟଙ୍କ ମୃତ୍ୟୁ

ରାଜସ୍ଥାନର ବିକାନେରରୁ ହୃଦୟ ବିଦାରଖ ଘଟଣା ସାମ୍ନାକୁ ଆସିଛି । ମହିଳା ଶକ୍ତି ଉତ୍ତୋଳନରେ ନ୍ୟାସନାଲ ଚାମ୍ପିଅନ୍ ୧୭ ବର୍ଷୀୟା ୟସ୍ତିକା ଆଚାର୍ଯ୍ୟଙ୍କ ଜିମ୍‌ରେ ଅଭ୍ୟାସ କରୁଥିବା ସମୟରେ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ୨୭୦ କିଲୋଗ୍ରାମର ଏକ ରଡ୍ ୟସ୍ତିକାଙ୍କ ବେକ ଉପରେ ପଡ଼ିଥିଲା, ଫଳରେ ତାଙ୍କ ବେକ ଭାଙ୍ଗି ଯାଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଜିମ୍ ଭିଡିଓ ମୁତାବକ, ସନ୍ଧ୍ୟାରେ ୟସ୍ତିକା ଜିମରେ ଶକ୍ତି ଉତ୍ତୋଳନ କରୁଛନ୍ତି । ୟସ୍ତିକାଙ୍କ ପ୍ରଶିକ୍ଷକ ତାଙ୍କ ପଛରେ ଠିଆ ହୋଇଛନ୍ତି । ଆଉ ଓଜନ ଉଠାଇବା ସମୟରେ ସେ ହଠାତ୍ ଭାରସାମ୍ୟ ହରାଇ ବସିଥିଲେ ଏବଂ ରଡ୍ ତାଙ୍କ ବେକ ଉପରେ ପଡିଯାଇଥିଲା ।