ମେଟ୍ରୋ ଓଡିଶା (୭ .୪.୨୦୨୨) :
ବିଦେଶ ବ୍ୟାପାର ମନ୍ତ୍ରାଳୟର ସଚିବ ସଂଜୟ ବର୍ମା ବୁଧବାର କହିଛନ୍ତି ଭାରତ ଓ ନେଦରଲାଣ୍ଡ ମଧ୍ୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ୪ଟି ପ୍ରସ୍ତାବ ଉପରେ ବୁଝାମଣା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେଦରଲାଣ୍ଡ ଗ୍ରସ୍ତକାଳରେ ଏହି ଦସ୍ତଖତ ହୋଇଛି। ନେଦରଲାଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ବର୍ମା କହିଛନ୍ତି ଯେ, ଭାରତ-ନେଦରଲାଣ୍ଡର ସଂପର୍କ ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଉଭୟ ଦେଶର ନିବିଡତା ବଢ଼ିବ। ସୂଚନାଯୋଗ୍ୟ, ଭାରତ ରାଷ୍ଟ୍ରପତି ଦୀର୍ଘ ୩୪ ବର୍ଷ ପରେ ନେଦରଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ୪ଟି ଦସ୍ତଖତ ହୋଇଛି। ବନ୍ଦର, ଜାହାଜରେ ମାଲପରିବହନ ନେଇ ବୁଝାମଣା ହୋଇଛି।

ସେହିପରି କଲଚରାଲ ହେରିଟେଜ୍, କସମସ ମାଲାବାରିକସ ପ୍ରକଳ୍ପ ନେଇ ଲାଇଡେନ୍ ୟୁନିଭରସିଟି ଓ କେରଳ କାଉନସିଲ ଅଫ ହିଷ୍ଟୋରିକାଲ ରିସର୍ଚ୍ଚ ଆଣ୍ଡ ନ୍ୟାସନାଲ ଆର୍ଚିଭ ଅଫ ନେଦରଲାଣ୍ଡ ମଧ୍ୟରେ ବୁଝାମଣା ହୋଇଛି। ସେହିପରି ବାୟୋଟେକ୍ନୋଲୋଜି ଉପରେ ୪ର୍ଥ ବୁଝାମଣା ହୋଇଥିବା ଶ୍ରୀ ବର୍ମା ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଥମ ମହିଳା ସବିତା କୋବିନ୍ଦ ଏପ୍ରିଲ ୪ରୁ ନେଦରଲାଣ୍ଡ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ୪ ଦିନିଆ ଗସ୍ତ ଏପ୍ରିଲ ୭ ତାରିଖରେ ଶେଷ ହେଉଛି। ରାଷ୍ଟ୍ରପତିଙ୍କ ସହିତ ଅନ୍ୟ କିଛି ଅଧିକାରୀ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି।