ମୁମ୍ବାଇ ମୁହଁରୁ ମ୍ୟାଚ ଛଡାଲା କୋଲକାତା
ମେଟ୍ରୋ ଓଡିଶା (୭ .୪.୨୦୨୨) :
ପୁଣି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ୟାଟ କମିନ୍ସଙ୍କ ଛକା ଚଉକା ବର୍ଷାରେ ଜିତିଲା କୋଲକାତା ନାଇଟ ରାଇଡର୍ସ । କୋଲକାତା ବିପକ୍ଷରେ ପୁଣି ମ୍ୟାଚ ହାରିଲା ରୋହିତ ଶର୍ମାଙ୍କ ଟିମ୍ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୪ ଓ୍ଵିକେଟ ହରାଇ ୧୬୧ ରନ କରିଥିଲା । ଜବାବରେ କେକେଆର ୫ ଓ୍ଵିକେଟରେ ୧୬ ଓଭର ଖେଳି ମ୍ୟାଚ ଜିତି ନେଇଛି ।

ଦଳପକ୍ଷରୁ ଭେଙ୍କଟେସ ଆୟର ଓ ପ୍ୟାଟ କମିନ୍ସ ଜବରଦସ୍ତ ବ୍ୟାଟିଂ କରିଥିଲେ । ଭେଙ୍କଟେସ ୪୦ ବଲରେ ୫୦ ରନ କରି ଅପରାଜିତ ଥିବା ବେଳେ କମିନ୍ସ ମାତ୍ର ୧୫ ବଲରେ ଧୂଆଁଧାର ବ୍ୟାଟିଂ କରି ୫୬ ରନ କରିଥିଲେ ।