ଆଇପିଏଲର ପ୍ରଥମ ମ୍ୟାଚ୍‌ରେ KKRକୁ ଭେଟିବ RCB

ମାର୍ଚ 22ରୁ ipl

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସଂସ୍କରଣର ସମ୍ପୂର୍ଣ୍ଣ ଖେଳ ସୂଚୀ ରବିବାର ଜାରି ହୋଇଛି । ପ୍ରଥମ ମ୍ୟାଚ୍ ଇଡେନ୍ ଗାର୍ଡେନରେ ଖେଳାଯିବ । ଯେଉଁଠି କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଓ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ମେ ୨୫ରେ ଖେଳାଯିବ । ଆଇପିଏଲ୍‌ର ୧୮ତମ ସଂସ୍କରଣର ପ୍ରଥମ ମୁକାବିଲା ମାର୍ଚ୍ଚ ୨୨ରେ ଖେଳାଯିବ । ମୋଟ ୧୦ଟି ଦଳ ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ୍ ଖେଳିବେ । ରବିବାର ଓ ଶନିବାର ୨ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଗୋଟିଏ ମ୍ୟାଚ୍ ଅପରାହ୍ନ ସାଢ଼େ ୩ଟା ଏବଂ ଦ୍ଵିତୀୟ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୭ଟାରେ ଆରମ୍ଭ ହେବ ।

ପ୍ରଥମ କ୍ଵାଲିଫାୟର ଓ ଏଲିମିନେଟର ମୁକାବିଲା ହାଇଦ୍ରାବାଦରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ କ୍ଵାଲିଫାୟାର ଓ ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ ।