ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ

ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ଉତ୍ତର ଭାରତରେ ସୋମବାର ସକାଳ ୫.୩୬ ମିନିଟ୍‌ରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଭୂମ୍ପର କେନ୍ଦ୍ରସ୍ଥଳ ଧୌଲାକୁଆଁ ନିକଟସ୍ଥ ଲେକ୍‌ ପାର୍କ ପାଖରେ ହୋଇଥିଲା।