ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କଳା ରେଳବିଭାଗ
ଦିଲ୍ଲୀ ଷ୍ଟେଶନରେ ଦଳାଚକଟା ଘଟଣାକୁ ନେଇ ସହାୟତା ଘୋଷଣା କରାଯାଇଛି। ଏହି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।
ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା। ରାତି ପ୍ରାୟ ୧୦ଟା ବେଳେ ଟ୍ରେନ୍ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟ୍ଫର୍ମରେ ଅନେକ ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା | ବର୍ତ୍ତମାନ ସୁଦ୍ଧା 18 ଜଣଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି |