ପ୍ରଥମ ମ୍ୟାଚ୍ରେ ହିଁ ଅନେକ ରେକର୍ଡ ଭାଙ୍ଗିଛି। ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୧ ରନ କରିଥିଲା। ଜବାବରେ ଆର୍ସିବି ୧୮.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଆରସିବି ହିରୋ ରିଚା ଘୋଷ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ।
ଗୁଜରାଟ ପାଇଁ ଅଧିନାୟକ ଆଶଲି ଗାର୍ଡନର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୭ ବଲ୍ରେ ଅପରାଜିତ ୭୯ ରନ କରିଥିଲେ। ସେ ୩ଟି ଚୌକା ଏବଂ ୮ଟି ଛକା ମାରିଥିଲେ। ବେଥ ମୁନି ୫୬ ରନର ଇନିଂସ ଖେଳିଥିଲେ। ଏହିପରି ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ ବେଙ୍ଗାଳୁରୁ ୪ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ମୋଟ ୪୦୩ ରନ ହୋଇଥିଲା। ଏହା ମହିଳା ପ୍ରିମିୟର ଲିଗ ଇତିହାସରେ ଏକ ମ୍ୟାଚ୍ରେ ସର୍ବାଧିକ ମୋଟ ସ୍କୋର।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Next Post