ଦୁର୍ଘଟଣାର ଶିକାର ହେଲେ ସଂଗୀତଜ୍ଞ ବିଶାଲ ଦଦଲାନି
ଦୁର୍ଘଟଣାର ଶିକାର ହେଲେ ବଲିଉଡ୍ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ବିଶାଲ ଦଦଲାନି । ସେ କେତେ ଆହତ ହୋଇଛନ୍ତି ତାହା ଜଣାପଡିନି । କିନ୍ତୁ ସେ ନିଶ୍ଚିତ ଗୋଟିଏ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି । ତାଙ୍କର ଏବେ ବି ଚିକିତ୍ସା ଚାଲିଛି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କାରଣ ସେୟାର କରିଛନ୍ତି । ଏହା ପରେ ପୁନେରେ ହେବାକୁ ଥିବା ତାଙ୍କର କନସର୍ଟକୁ ସ୍ଥଗିତ ରଖିଛନ୍ତି ବିଶାଲ ।
ବିଶାଲ କନସର୍ଟର ପୋଷ୍ଟର ସହିତ ତାଙ୍କ କାହାଣୀରେ ଲେଖିଛନ୍ତି, “ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା । ମୁଁ ଶୀଘ୍ର ସୁସ୍ଥ ହେବି, ତୁମ ସମସ୍ତଙ୍କୁ ଅପଡେଟ୍ ଜଣାଇବି । ଏହା ବ୍ୟତୀତ ଏହି ଦୁର୍ଘଟଣା କିମ୍ବା ଏହା କିପରି ଘଟିଲା ସେ ବିଷୟରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇନାହିଁ ।