ବିବାଦ ପରେ ରଣବୀର ଆହ୍ଲାବାଦିଆଙ୍କର ବ୍ରେକଅପ୍‌

ଗୋଟିଏ ପରେ ଗୋଟିଏ ବିବାଦ ପଛ ଛାଡୁନି ରଣବୀର ଆହ୍ଲାବାଦିଆ । ସେ କମେଡି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ବାପା ମାଙ୍କ ଶାରୀରିକ ସମ୍ପର୍କ ରଖିବା ସମୟର ଦୃଶ୍ୟ ଦେଖିବାକୁ ଚାହିଁବେ କି କହି ଏକ କମେଡ଼ି କରିଥିଲେ। ଯାହାପରେ ଆରମ୍ଭ ହୋଇଥିଲା ବିବାଦ। ତାଙ୍କୁ ଗିରଫ କରାଯାଉ ବୋଲି ଅନେକ ନେଟିଜେନ୍ସ ଦାବି କରିଥିଲେ। ହେଲେ ଏହି ବିବାଦ ପାଇଁ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ଛାଡ଼ିଦେଇଥିବା କଥା ସାମ୍ନାକୁ ଆସିଛି। ଅର୍ଥାତ୍ ଏହି ବିବାଦ ପାଇଁ ରଣବୀରଙ୍କର ବ୍ରେକଅପ୍ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। ଦୁହେଁ ଦୁହିଁଙ୍କୁ ଅନଫଲୋ କରିଛନ୍ତି ତେଣୁ ଅନୁମାନ କରାଯାଉଛି କି ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି। ଯେହେତୁ ରଣବୀର ଏହି ବିବାଦରେ ଫସିଛନ୍ତି। ଆଉ ଏହି ବିବାଦରେ ଫସିବା ପରେ ହିଁ ତାଙ୍କ ଗର୍ଲଫେଣ୍ଡ ନିକ୍କୀ ଶର୍ମା ଇନଷ୍ଟାଗ୍ରାମରେ ରଣବୀରଙ୍କୁ ଅନଫଲୋ କରିଥିବା କଥା ଚର୍ଚ୍ଚା ହେଉଛି।