ଭାଜପାର ବିଜୟ ପରେ ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ

ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାକୁ ଯାଉଛି । ସେଥିପାଇଁ ଦିଲ୍ଲୀ ବିଜେପି କାର୍ଯ୍ୟଳୟରେ ବିଜୟ ଉତ୍ସବ ପାଇଁ ବିଜେପି କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ବାଜା ବଜାଇ, ନାଚ ଗୀତ କରି ପରସ୍ପରକୁ ଲଡୁ ଖୁଆଇ ସେଲିବ୍ରେଟ୍ କରୁଛନ୍ତି କର୍ମୀ ଓ ନେତା ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଏ ବିଜୟ ବୋଲି କହିଛନ୍ତି ବିଜେପି କର୍ମୀ ଓ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ପାଇଁ ଏହା ସମ୍ଭବ ହୋଇପାରିଛି । ବିକଶିତ ଭାରତ ସହ ବିକଶିତ ଦିଲ୍ଲୀ ନିର୍ମାଣ ହେବ । କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ଚେଷ୍ଟା କରିଥିଲେ ଯାହା ବିଫଳ ହୋଇଛି ବୋଲି କହିଛନ୍ତି ବିଜେପି କର୍ମୀ ।