ଚଳିତ ସିଜିନରେ ଖାତା ଖୋଲିନାହିଁ ମୁମ୍ବାଇ ଇଣ୍ଡିଆନ୍ସ

ipl

ମେଟ୍ରୋଟିଭିଓଡିଶା(୬.୪.୨୦୨୨)

ଚଳିତ ଆଇପିଏଲର ୧୪ ତମ ଲିଗ ମ୍ୟାଚରେ ମଇଦାନରେ ଆଜି ପରସ୍ପରକୁ ଟକ୍କର ଦେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକତା ନାଇଟ ରାଇଡର୍ସ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଗୋଟିଏ ବି ମ୍ୟାଚ ଜିତିନାହିଁ। ତେଣୁ ଆଜି ମ୍ୟାଚକୁ ହାତେଇବାକୁ ଚେଷ୍ଟା ନିଚିତ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦୁଇଟି ମ୍ୟାଚ ହାରି ସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ସେହିପରି ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ କୋଲକତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛି। କୋଲକତା ନାଇଟ ରାଇଡର୍ସ ୩ ଟି ମ୍ୟାଚରୁ ୨ଟି ମ୍ୟାଚ ଜିତିସାରିଛି।

ମୁମ୍ବାଇ ଟିମରେ ଭଲ ଖେଳାଳି ଥିବା ସତ୍ତ୍ୱେ ଟିମ୍‌ ସଂଘର୍ଷ କରୁଛି। ଆଜିର ମ୍ୟାଚ ପୁନେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ।

ଆଇପିଏଲ୍‌ରେ ଦୁଇଟି ଯାକ ଟିମ୍‌ ୨୯ ଥର ପରସ୍ପର ମଧ୍ୟରେ ମ୍ୟାଚ ଖେଳିସାରିଛନ୍ତି। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ୨୨ ଥର ମ୍ୟାଚ ଜିତିସାରିଛି । କୋଲକତା ୭ଟି ମୁକାବିଲାରେ ଜିତିଛି। କିନ୍ତୁ ଏହି ସିଜିନରେ ମୁମ୍ବାଇର ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶଜନକ ରହିଛି। କିନ୍ତୁ ଶ୍ରେୟସଙ୍କ ଅଧିନାୟକତ୍ୱରେ କୋଲକତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛି।