ଆଜିଠୁ ଭାରତ-ଇଂଲଣ୍ଡ ୱାନଡେ ସିରିଜ
ନାଗପୁରରେ ଅହରାହ୍ଣ ୧ଟା ୩୦ରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି । ଆଜିର ମ୍ୟାଚରେ ରୋହିତଙ୍କ ସହ ଉପଅଧିନାୟକ ଶୁବମନ ଗିଲ୍ ପାଳି ଆରମ୍ଭ କରିବେ । କୋହଲି ଓ ଶ୍ରେୟସ୍ ଆୟର୍ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ । ହାର୍ଦିକ ପାଣ୍ଡ୍ୟା ଷଷ୍ଠ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ ରହିଥିଲା ବେଳେ ପଞ୍ଚମ ସ୍ଥାନକୁ ନେଇ ଦ୍ବନ୍ଦ୍ବ ରହିଛି । ଋଷଭ ପନ୍ତ କିମ୍ବା କେଏଲ୍ ରାହୁଲ ୱିକେଟ୍ ରକ୍ଷକ ଭାବେ ଏହି ସ୍ଥାନରେ ଖେଳିବେ ସେ ନେଇ ସସପେନ୍ସ ଲାଗି ରହିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିବା ପରେ ଭାରତୀୟ ଦଳ ଏବେ ୫୦ ଓଭର ଫର୍ମାଟ ଉପରେ ନଜର ରଖିଛି ।