କନ୍ନାପ୍ପା ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର
‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ ପ୍ରଭାସଙ୍କ ରୁଦ୍ର ଅବତାର। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍ ଉପରୁ ପରଦା ଉଠିଛି। ଏହି ଲୁକ୍ରେ ପ୍ରଭାସ ରୁଦ୍ରଙ୍କ ଅବତାରରେ ନଜରକୁ ଆସିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ପ୍ରଭାବିତ କରିଛି। ଇନ୍ଷ୍ଟାଗ୍ରାମରେ ତାଙ୍କର ଏହି ନୂତନ ଲୁକ୍ର ପୋଷ୍ଟର ଶେୟାର କରିଛନ୍ତି। ସେ କ୍ୟାପ୍ଶନ୍ରେ ଲେଖିଛନ୍ତି, ‘କନ୍ନାପା’ ଚଳଚ୍ଚିତ୍ର ଭକ୍ତି, ବଳିଦାନ, ଜ୍ଞାନ ଏବଂ ପ୍ରେମର ଏକ ଅବିସ୍ମରଣୀୟ ଯାତ୍ରାକୁ ନେଇ ରହିଛି। ଏହା ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ। ଆସନ୍ତା ଏପ୍ରିଲ ୨୫ରେ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି।