ସିରିଆର ମନବିଜ୍ ସହରରେ ବୋମା ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ
ଉତ୍ତର ସିରିଆର ମନବିଜ୍ ସହର ଉପକଣ୍ଠରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । କୃଷି ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ନିକଟରେ ଏହି ବିସ୍ଫୋରଣ ଘଟିଛି । ଏକ କାରରେ ଧମାକା ହୋଇଥିବା ବେଳେ ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଆହତ ହୋଇଥିବା ସ୍ଥାନୀୟ ନାଗରିକ ପ୍ରତିରକ୍ଷା ଏବଂ ଯୁଦ୍ଧ ମନିଟରିଂ ସଂସ୍ଥା ସୂଚନା ଦେଇଛି । ତୁର୍କୀ ସମର୍ଥିତ ଗୋଷ୍ଠୀ ‘ସିରିଆ ନ୍ୟାସନାଲ ଆର୍ମି’ ଭାବରେ ଜଣାଶୁଣା । ଏହାର ଆମେରିକା ସମର୍ଥିତ କୁର୍ଦେ ନେତୃତ୍ୱାଧୀନ ‘ସିରିଆନ୍ ଡେମୋକ୍ରାଟିକ୍ ଫୋର୍ସ’ ସହିତ ସଂଘର୍ଷ ଜାରି ରହିଛି ।
ସିରିଆର ସ୍ଥିତି ବିଷୟରେ ସମଗ୍ର ବିଶ୍ୱ ଜାଣିଛି । ଆତଙ୍କବାଦ ଯୋଗୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପର ଅନ୍ତ ଘଟିନାହିଁ । ସିରିଆରେ ପ୍ରାୟତଃ ଆତଙ୍କବାଦୀ ଆକ୍ରମଣ ଘଟଣା ଦେଖାଯାଇଥାଏ ।