ଆମେରିକା ଡେମୋକ୍ରାଟ୍ ନେତା ଭାବେ ନିର୍ବାଚିତ ହେଲେ କେନ୍ ମାର୍ଟିନ୍
ଆମେରିକାର ଡେମୋକ୍ରାଟ୍ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍ ମାର୍ଟିନ୍ଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସବୁ ଦିଗରୁ କିପରି ବିରୋଧ କରାଯିବ, ସେ ନେଇ ବାଟ ବାହାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।