ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ
ଟିମ୍ ଇଣ୍ଡିଆ ରାଜକୋଟରେ ଖେଳାଯାଇଥିବା ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ୍ରେ ବିଜେତା ହୋଇ ସିରିଜ୍କୁ ଆଗୁଆ ଜିତି ନେଇଛି। ଭାରତ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶିବମ୍ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ କରିଥିଲା। ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ଏବଂ ଶିବମ୍ ଦୁବେଙ୍କ ସ୍ଥାନରେ କନ୍କସନ ସବ୍ଷ୍ଟିଚ୍ୟୁଟ ଆସିଥିବା ହର୍ଷିତ ରାଣା ୩ଟି ଲେଖାଏ, ବରୁଣ ଚକ୍ରବର୍ତ୍ତୀ ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଉଇକେଟ ନେଇଥିଲେ।