ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍‌ତାର୍‌

ରାପର୍ ରଫ୍‌ତାର୍‌ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି।

ରଫ୍‌ତାର୍‌ଙ୍କ ଏହା ଦ୍ୱିତୀୟ ବିବାହ, କାରଣ ସେ ପୂର୍ବରୁ କୋମଲ ଭୋହରାଙ୍କୁ ବିବାହ କରିଥିଲେ। ବାହାଘର ଫଟୋଗୁଡିକ ସାମ୍ନାକୁ ଆସିବା ପରେ ଖୁବ ଭାଇରାଲ୍ ହୋଇଛି। ଏଥିରେ ରଫ୍‌ତାର୍‌ ଏବଂ ମନରାଜ ପାରମ୍ପରିକ ଦକ୍ଷିଣ ଭାରତୀୟ ବେଶପୋଷାକର ନଜର ଆସିଛନ୍ତି। ମଙ୍ଗଳସୂତ୍ର ପିନ୍ଧାଇବା ସମୟରେ ଦୁହେଁ ପରସ୍ପରକୁ ପ୍ରେମରେ ଚାହିଁ ରହିଥିବାର ଦେଖାଯାଉଛି। ଜାନୁଆରୀ 31 ତାରିଖରେ ସେମାନଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ ଅନୁଷ୍ଠିତ ହୋଇଛି।