ଟ୍ୱିଟର ବୋର୍ଡରେ ନିଯୁକ୍ତି ପାଇଲେ ଏଲନ ମସ୍କ

ଟ୍ୱିଟର ବୋର୍ଡରେ ନିଯୁକ୍ତି ପାଇଲେ ଏଲନ ମସ୍କ

ମେଟ୍ରୋଟିଭିଓଡିଶା(୫.୪.୨୦୨୨)

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହ ଯୋଡ଼ି ହୋଇଛନ୍ତି। ଆଜି ଏଲନ ମସ୍କଙ୍କୁ ଟ୍ୱିଟର୍‌ର ବୋର୍ଡରେ ନିଯୁକ୍ତି ମିଳିଛି। ଏ ସମ୍ପର୍କରେ ଟ୍ୱିଟର୍‌ର ସିଇଓ ପରାଗ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଶ୍ରୀ ଅଗ୍ରୱାଲ ଟ୍ୱିଟ କରି କହିଛନ୍ତି, “ମୁଁ ଆପଣମାନଙ୍କୁ ଆନନ୍ଦର ସହ କହିବାକୁ ଚାହୁଁଛି ଯେ ଆମେ ଏଲନ ମସ୍କଙ୍କୁ ଆମ ବୋର୍ଡରେ ନିଯୁକ୍ତି ଦେଇଛୁ। ନିକଟ ସପ୍ତାହରେ ଆମେ ଏଲନ ମସ୍କଙ୍କ ସହ ନିୟମିତ କଥାବାର୍ତ୍ତା କରିଥିଲୁ। ଏହି ଆଲୋଚନାରୁ ସ୍ପଷ୍ଟ ଯେ ଏଲନଙ୍କ ଯୋଗଦାନ ବୋର୍ଡର ମୂଲ୍ୟକୁ ବୃଦ୍ଧି କରିବ। ମସ୍କ ହେଉଛନ୍ତି ଜଣେ ବିଶ୍ୱାସୀ ଓ ଆମ ସେବାର କ୍ରିଟିକ। ଏହି ହିଁ ଆମ କମ୍ପାନୀ ଓ ବୋର୍ଡର ସଦସ୍ୟମାନେ ଚାହାନ୍ତି। ଆମକୁ ଅଧିକ ସଶକ୍ତ କରିବାକୁ ଆସୁଥିବା ଏଲନ ମସ୍କଙ୍କୁ ସ୍ୱାଗତ।”

ପରାଗ ଅଗ୍ରୱାଲଙ୍କ ସ୍ୱାଗତ ପରେ ଏଲନ ମସ୍କ ମଧ୍ୟ ରି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ପରାଗ ଅଗ୍ରୱାଲ ଓ ଟ୍ୱିଟର ବୋର୍ଡ ସହ କାମ କରିବାକୁ ଯାଉଥିବା ବେଶ ଉତ୍ସାହିତ। ଆସନ୍ତା ମାସଗୁଡ଼ିକରେ ଟ୍ୱିଟରକୁ ଅଧିକ ବିକଶିତ କରାଯିବ ବୋଲି ସେ କହିଛନ୍ତି।

ଟ୍ୱିଟର ପୂର୍ବତନ ସିଇଓ ଜ୍ୟାକ ଡୋରସେୟ ମଧ୍ୟ ଏଲନ ମସ୍କଙ୍କୁ ସ୍ୱାଗତ କରିଛନ୍ତି। ସୋମବାର ଟେସଲା ଓ ସ୍ପେଶ ଏକ୍ସ ସିଇଓ ଟ୍ୱିଟର୍‌ର ୯.୨% ଶେୟାର କିଣିଥିଲେ। ଏହି ଶେୟାର ତାଙ୍କୁ କମ୍ପାନୀର ସବୁଠାରୁ ବଡ଼ ଶେୟାର ହୋଲ୍ଡର ମାନ୍ୟତା ଦେଇଛି।