ମହାକୁମ୍ଭ ଦଳାଚକଟାରେ ଦୁଃଖ ପ୍ରକାଶ କଲେ ମୋଦି

ପ୍ରୟାଗରାଜର ମହାକୁମ୍ଭରେ ମୌନୀ ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦ । ନିଜର ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ଗଭୀର ସମବେଦନା । ଏହାସହିତ ସମସ୍ତ ଆହତ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି ।