ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ମେଟ୍ରୋ ଟିଭି ଓଡିଶା,୬/୧: ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍ ରହିଛି ୨.୬୨ ପ୍ରତିଶତ । ସୁନ୍ଦରଗଡ଼ରୁ ୨୬୨ ଓ କଟକରୁ ୧୪୮ ଏବଂ ସମ୍ବଲପୁରରୁ ୧୨୫, ବାଲେଶ୍ୱରରୁ ୧୦୦ ନୂଆ କେସ୍ ରହିଛି ।
ଆକ୍ଟିଭ୍ କେସ୍ ରହିଛି ୫ ହଜାର ୭୩୯ । ୨୪ ଘଣ୍ଟାରେ ୭୨ ହଜାର ୩୭୦ ଟେଷ୍ଟିଂ ହୋଇଛି । ଗତକାଲି ରାଜ୍ୟରେ ୬୮ ହଜାର ୮୭୮ ଟେଷ୍ଟିଂ ହୋଇଥିଲା । ୧ହଜାର ୨୧୬ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମୋଟ ପଜିଟିଭିଟି ରେଟ୍ ଥିଲା ୧.୭୬ ପ୍ରତିଶତ ।

ଏହି ସଂକ୍ରମଣକୁ ରୋକିବା ପାଇ ସରକାର ରାଜ୍ୟରେ କୋଭିଡର ନୂଆ ଗାଇଡଲାଇନ ନାଇଟ କଫ୍ରୁ୍ୟ ଲଗାଇଛନ୍ତି ।ଏହା ରାତି ୯ଟାରୁ ଆରମ୍ଭ ହୋଇ ସକାଳ୫ଟା ଯାଏ ଚାଲିବ । ଏହା ସହ ବିଭିନ୍ନ ସ୍ଥାନ ଓ କାର୍ଯ୍ୟକ୍ରମରେ ମଧ୍ୟ କଟକଣା ଲଗାଯାଇଛି ।