୧୦ ବର୍ଷ ପରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କଲେ କାର୍ତ୍ତିକ ଆର୍ଯ୍ୟନ

ବଲିଉଡର ଫ୍ଲିମ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ । ୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ । ଆଜି ନିଜ କଲେଜରୁ ସେ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଏହି ସମୟର କାର୍ତ୍ତିକ ଏକ ଭିଡିଓ ସେୟାର କରିଛନ୍ତି।