ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଏସ ଜୟଶଙ୍କର

ଡୋନାଲ୍ଡ ଟ୍ରମ୍ପ୍‌ ଜାନୁଆରୀ ୨୦ରେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ଅନେକ ବଡ଼ ନେତା ଯୋଗଦେବେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ଟ୍ରମ୍ପ-ଭାନ୍ସ ଉଦ୍‌ଘାଟନୀ କମିଟି ଭାରତ ସରକାରଙ୍କୁ ଶପଥ ଗ୍ରହଣ ଉତ୍ସବରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛି। ଏଥିରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ ଏସ୍‌.ଜୟଶଙ୍କର। ରବିବାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ସେ ଟ୍ରମ୍ପ ପ୍ରଶାସନକୁ ମଧ୍ୟ ଭେଟିପାରିବେ।