ଅଭିନେତା ଟିକୁ ତଲସାନିଆଙ୍କୁ ହାର୍ଟଆଟାକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି
ଟିଭି ତଥା ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡିଛି । ତାଙ୍କୁ ହାର୍ଟଆଟାକ ଆସିଥିବା ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ସେଠାରେ ଡାକ୍ତରମାନେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତରମାନେ ତାଙ୍କ ଅସୁସ୍ଥତାର କାରଣ ଏଯାଏଁ କହି ନାହାନ୍ତି । ଟିକୁଙ୍କ ବୟସ ୭୦ ବର୍ଷ । ଇଣ୍ଟଷ୍ଟ୍ରୀର ବରିଷ୍ଠ କଳାକାର ହେଉଛନ୍ତି ଟିକୁ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ତେବେ ତୁରନ୍ତ ଠିକ୍ ହେବା ନେଇ ଫ୍ୟାନ୍ସ ଆଶା କରୁଛନ୍ତି । ଏଯାଏ ତାଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିନାହିଁ ।