ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍ଲିନ୍ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବର ନାମକରା ଆମେରିକୀୟ ପତ୍ରିକା ‘ଟ୍ରାକ୍ ଆଣ୍ଡ ଫିଲ୍ଡ ନ୍ୟୁଜ୍’ ପକ୍ଷରୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ପ୍ୟାରିସ୍ରେ ୨୭ ବର୍ଷୀୟ ନୀରଜ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ଓ ଦୁଇ ଥର ବିଶ୍ବ ବିଜେତା ଗ୍ରେନାଡ଼ାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ କାଲିଫର୍ଣ୍ଣିଆସ୍ଥିତ ପତ୍ରିକା ଦ୍ବାରା ହୋଇଥିବା ୨୦୨୪ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ନଦୀମଙ୍କୁ ପଞ୍ଚମ ମାନ୍ୟତା ମିଳିଛି। ସେ ଅଲିମ୍ପିକ୍ସ ବାଦ୍ ୨୦୨୪ରେ କେବଳ ଗୋଟିଏ ପ୍ରତିଯୋଗିତା ପ୍ୟାରିସ୍ ଡାଇମଣ୍ଡ ଲିଗ୍ରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ। ୧୯୪୮ରୁ ପ୍ରକାଶିତ ଏହି ପତ୍ରିକା ପ୍ରତି ବର୍ଷ ବିଶ୍ବ ଓ ଆମେରିକୀୟ ମାନ୍ୟତା ପ୍ରକାଶ କରିଥାଏ। ୨୦୨୩ରେ ମଧ୍ୟ ଏହି ମାନ୍ୟତାରେ ପ୍ରଥମ ସ୍ଥାନରେ ଥିବା ନୀରଜ ୨୦୨୪ରେ ଡାଇମଣ୍ଡ ଲିଗ୍ ଜିତି ପାରି ନଥିଲେ। ଦୋହା, ଲୁସାନେ ଓ ବ୍ରସେଲ୍ସରେ ଦ୍ବିତୀୟରେ ରହିଥିଲେ। ସେ ଗତ ବର୍ଷ ଫିନ୍ଲାଣ୍ଡରେ ହୋଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ବିଜେତା ହୋଇଥିଲେ।
Trending
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
Next Post