ତିରୁପତି ମନ୍ଦିରରେ ଦଳାଚକଟାରେ ୬ ମୃତ ଶତାଧିକ ଆହତ

ଗତକାଲି ରାତିରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ଅନୁସାରେ ସକାଳ ସମୟରେ ହଜାର ହଜାର ଭକ୍ତ ତିରୁପତିଙ୍କ ବିଭିନ୍ନ ଟିକେଟ୍ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଥିଲେ। ଯେତେବେଳେ ଭକ୍ତମାନଙ୍କୁ ବୈରାଗୀ ପଟିଡା ପାର୍କରେ ଧାଡି କରିବାକୁ ଅନୁମତି ଦିଆଯାଇଥିଲା ସେତେବେଳେ ଏହି ଘଟଣା ଘଟିଥିଲା। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇଥିଲା, ଯେଉଁଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ବିଗିଡିବା ଦେଖି ତିରୁପତି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। କୁହାଯାଉଛି ଯେ ପ୍ରାୟ ୪୦୦୦ ଲୋକ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିଲେ