ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି ଜାକ୍ ସୁଲିଭାନ୍
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବାଇଡେନ୍ ପ୍ରଶାସନର ସୁରକ୍ଷା ପରିଷଦ ଉପଦେଷ୍ଟା ଜାକ୍ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଏନ୍ଏସ୍ଏ ଅଜିତ ଡୋଭାଲ୍ଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ସେ ଆମେରିକାର ଏନ୍ଏସ୍ଏ ଜାକ୍ ସୁଲିଭାନ୍ଙ୍କୁ ଭେଟି ଆନନ୍ଦିତ।