ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ପଞ୍ଜାବୀ ସିଙ୍ଗର ଦିଲଜିତ

ବଲିଉଡ ସହ ସାରା ଦେଶରେ ତାଙ୍କ ଗୀତର ସବୁଠି ଚର୍ଚ୍ଚା। ତାଙ୍କ କନସର୍ଟ ପାଇଁ ଲୋକ ପାଗଳ। ସେ ଆଉ କେହି ନୁହଁନ୍ତି। ଆମେ କହୁଛୁ ପଞ୍ଜାବର ଫେମସ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କଥ। ଦିଲଜିତଙ୍କ ଗୀତ ଫ୍ୟାନମାନଙ୍କ ହୃଦୟକୁ କିଣି ନେଉଛି। ନୂଆବର୍ଷରେ ଦିଲଜିତଙ୍କ ସ୍ବପ୍ନ ପୂରଣ ହୋଇଛି। ସେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ଅବସର ପାଇଛନ୍ତି। ଆଉ ଏବେ ମୋଦି ବି ଏବେ ଦିଲଜିତଙ୍କ ଫ୍ୟାନ ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦିଲଜିତଙ୍କ ସହ ବହୁ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ। ଏମିତି ବି ମୋଦି ସମସ୍ତଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ସେ କ୍ରୀଡ଼ା ହେଉ କିମ୍ବା ସଙ୍ଗୀତ ହେଉ, ସମସ୍ତଙ୍କୁ ପ୍ରୋତ୍ସାହନ ଦେଇଥାନ୍ତି। ଖୁସିରେ ପିଠି ମଧ୍ୟ ଥାପୁଡାଇଥାନ୍ତି।