ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍‌ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। ଆଶ୍‌ନାଙ୍କୁ ଅରମାନ୍‌ ୨୦୧୯ରୁ ଡେଟ୍‌ କରୁଥିଲେ। ସେ ଜଣେ ଫ୍ୟାଶନ ଇନ୍‌ଫ୍ଲୁଏନ୍ସର ସହ ବ୍ଲଗର। ଉଭୟ ୨୦୨୩ରେ ନିର୍ବନ୍ଧ କରିଥିଲେ। ସେତେବେଳେ ଗାୟକ ଏହାର ମଧ୍ୟ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଜଣାଇଥିଲେ।