ଶେଷ ଟେଷ୍ଟରେ ଦଳରୁ ବାଦ୍‌ ପଡ଼ିଲେ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ୍‌ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଆରମ୍ଭ ହୋଇଛି। ଏହି ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମ୍‌ରା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତର ଶୀର୍ଷ କ୍ରମ ପୁଣି ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ଶ୍ରେଷ୍ଠ ତିନି ବ୍ୟାଟ୍ସମ୍ୟାନ ପାଭିଲିୟନକୁ ଫେରିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ପ୍ରଥମ ଇନିଂସରେ ୩ଟି ଉଇକେଟ ହରାଇବା ପରେ ଟିମ ଇଣ୍ଡିଆ ୫୭ ରନ ସଂଗ୍ରହ କରିଛି। ୧୨ ରନ ସ୍କୋର କରି ବିରାଟ କୋହଲି ଅପରାଜିତ ଅଛନ୍ତି। ଏହି ଟେଷ୍ଟ୍ର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି।