ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖେଳ ରତ୍ନ ପୁରସ୍କାର ଘୋଷଣା କରିଛି। ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜର ଅଧିନାୟକତ୍ୱରେ ହକି ଦଳ ପାଇଁ ବ୍ରୋଞ୍ଜ ପଦକ ଜିତାଇଥିବା ହରମନପ୍ରୀତ ସିଂ ମଧ୍ୟ ଖେଳ ରତ୍ନ ପାଇବେ। ସମ୍ମାନ ସମାରୋହ ୧୭ ଜାନୁଆରୀ ୨୦୨୫ରେ ରାଷ୍ଟ୍ରପତି ଭବନରେ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ।
କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି ସରକାର ମନୁ ଭାକର, ଡି ଗୁକେଶ, ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛ