ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ୧୨ ପାଲେଷ୍ଟିନୀୟ ନିହତ
ଇସ୍ରାଏଲର ୩ ପୃଥକ୍ ଏୟାର ଷ୍ଟ୍ରାଇକ୍ରେ ବୁଧବାର ୧୨ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜାର ଜାବାଲିୟା ଅଞ୍ଚଳର ଏକ ଘରେ ଇସ୍ରାଏଲର ମିଶାଇଲ ମାଡ଼ ଯୋଗୁ ୪ ଶିଶୁ ଓ ଜଣେ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଡଜନେରୁ ଅଧିକ ଆହତ ହୋଇଛନ୍ତି। ସେହିପରି ମଧ୍ୟ ଗାଜାର ବୁରିଜ୍ସ୍ଥିତ ଶରଣାର୍ଥୀ ଶିବିରରେ ଇସ୍ରାଏଲର ମିଶାଇଲ ମାଡ଼ ଯୋଗୁ ଜଣେ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି।