ଯମୁନା ଘାଟରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସଂପନ୍ନ ହେବାର ଦିନକ ପରେ ଆଜି ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି। ଅସ୍ଥି ବିସର୍ଜନ ପରେ ପରିବାର ସଦସ୍ୟମାନେ ଗୁରୁଦ୍ୱାରରେ ପ୍ରାର୍ଥନା କରିଥିଲେ।