ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ପୁଷ୍ପାରାଜ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା।ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ ରାଜୁ ଏବଂ ଅନ୍ୟ ଲୋକେ ଏକାଠି ଦଳାଚକଟାରେ ଆହତ ହୋଇଥିବା ବାଳକଙ୍କ ହାଲଚାଲ ଜାଣିବାକୁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ବାଳକ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର ତାଙ୍କୁ କହିଛନ୍ତି।