ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ

ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିଟି ସମେତ ଶିମ୍‌ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଏବଂ ସିର୍ମଉର ଜିଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି। ରାସ୍ତା ଅବରୋଧ ହୋଇଥିବାରୁ ଶିମ୍‌ଲାର ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି। ରୁମ୍‌ ବୁକିଂ ୩୦ ପ୍ରତିଶତ ବଢ଼ିଛି। ଅଟଳ ଟନେଲ ନିକଟରେ ସୋମବାର ରାତିରୁ ୫୦୦ଟି ଗାଡ଼ିରେ ଫସରହିଥିବା ପର୍ଯ୍ୟଟକମାନଙ୍କୁ ନିରାପଦ ସହ ଉଦ୍ଧାର କରାଯାଇଛି। କେତେକ ସ୍ଥାନରେ ଗାଡ଼ି ରାସ୍ତାରୁ ଖସିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ କେତେଜଣ ଆହତ ହୋଇଛନ୍ତି।