ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ବିବାହରେ ପିଭି ସିନ୍ଧୁ ଶାଢ଼ି ପିନ୍ଧିଥିବା ବେଳେ ଭେଙ୍କଟ କୂର୍ତ୍ତା ପିନ୍ଧିଥିବା ଦେଖାଯାଇଥିଲା। ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଯୋଧପୁରର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ। ବିବାହରେ ଯୋଗ ଦେଇଥିବାର ଫଟୋ ଏକ୍ସରେ ସେୟାର କରି ନବଦମ୍ପତ୍ତିକୁ ଗଜେନ୍ଦ୍ର ସିଂ ଶେଖାୱତ ଶୁଭେଚ୍ଛା ଦେଇଥିବା ଦେଖାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ