କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି

କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡିଶା କଥା ଉଲ୍ଲେଖ କରିଛନ୍ତି ମୋଦୀ ।ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି। ହାଲା ମୋଦି କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି ।

ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି । ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ ବୋଲି କହିଛନ୍ତି ମୋଦି। ଏହାପରେ ପ୍ରୟାଗରାଜରେ ମହାକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି ।