ମନ୍ଦିର-ମସ୍‌ଜିଦ ବିବାଦ ଉପରେ ମତଦେଲେ ମୋହନ ଭାଗବତ

ମନ୍ଦିର-ମସ୍‌ଜିଦ ବିବାଦ ଉପରେ ମତଦେଲେ ମୋହନ ଭାଗବତ । ଭାରତରେ ସବୁ ଧର୍ମର ଲୋକ ରହିବେ । ସମ୍ବିଧାନ ଅନୁଯାୟୀ ଦେଶ ଚାଲିବ । ଏଠି ରାମ ମନ୍ଦିର ନିର୍ମାଣ କରି କେହି ହିନ୍ଦୁ ନେତା ହୋଇଯାଆନ୍ତି ନାହିଁ  । ଏହା କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ । ଏହି କଥା ପରେ ଭାଗବତଙ୍କ ବକ୍ତବ୍ୟ ଭାଇରାଲ ହେଉଛି

ପୁଣେଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାଗବତ କହିଥିଲେ ‘ବିଶ୍ୱଗୁରୁ ଭାରତ’ ଶୀର୍ଷକ ବକ୍ତୃତାମାଳାରେ ଆପଣମାନେ ଭାରତର ଏକତା ଉପରେ କାମ କରିବା ଆବଶ୍ୟକ । ଦେଶର ସୁରକ୍ଷା, ଏକତା, ସଂହତି ନିହାତି ଆବଶ୍ୟକ ।

ଧର୍ମନାମରେ ଅରାଜକତା କଦାପି ଗ୍ରହଣୀୟ ହେବନାହିଁ ।  ରାମମନ୍ଦିର ହିନ୍ଦୁମାନଙ୍କ ବିଶ୍ୱାସର ଏକ ବିଷୟ। ରାମମନ୍ଦିର ନିର୍ମାଣ ହେବା ଉଚିତ ବୋଲି ହିନ୍ଦୁମାନେ ବିଶ୍ୱାସ କରୁଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ କେତେଜଣ ବ୍ୟକ୍ତି ହିନ୍ଦୁମାନଙ୍କ ନେତା ହୋଇପାରିଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରିଛନ୍ତି। ଏହା ଭାବିବା ଭୁଲ ।

ଦେଶର ବିଭିନ୍ନ ଭାଗରେ ମନ୍ଦିର-ମସ୍‌ଜିଦ ବିବାଦ ବଢ଼ିବାରେ ଲାଗିଥିବାରୁ ଭାଗବତ ଚିନ୍ତାବ୍ୟକ୍ତ କରିଛନ୍ତି। ନୂଆ ନୂଆ ସ୍ଥାନରେ ମନ୍ଦିର-ମସ୍‌ଜିଦ ବିବାଦ ଛିଡ଼ା କରାଯାଉଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଛନ୍ତି।